Odisha Link
Bridging the Missing Links in Odisha

ରାଜ୍ୟରେ ନିର୍ମାଣ ହେବ ୨୭ଟି ବ୍ୟାରେଜ, ଗୃହରେ ଘୋଷଣା କଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ସପ୍ତମ କାର୍ଯ୍ୟ ଦିବସ। ପ୍ରଶ୍ନକାଳ ଆରମ୍ଭ ହୋଇଥିବା ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ସୁରୁଖୁରୁରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟରେ ବ୍ୟାରେଜ ନିର୍ମାଣ ନେଇ ଗୃହରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ରାଜ୍ୟ ସରକାର ୭୨ଟି ନଦୀଗର୍ଭ ଜଳାଶୟ କରିବାକୁ ନିଷ୍ପତି ନେଇଛନ୍ତି। ୨୭ଟି ବ୍ୟାରେଜ ନିର୍ମାଣ ହେବ। ଏଥିପାଇଁ ୫୧ କୋଟି ଖର୍ଚ୍ଚ ହେବ। ଖୁବଶୀଘ୍ର ଏନେଇ ଡିପିଆର ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଘୋଷଣା କରିଛନ୍ତି।