Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୁଅ ଆଗରେ ଚାଲିଗଲା ମା’ର ଜୀବନ

ଓଏଲ୍‌ ବ୍ୟୁରୋ: ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ। ପୁଅର ପରୀକ୍ଷା ପାଇଁ ଶୁଭ ମନାସି ସାଙ୍ଗରେ ଧରି ଯାଉଥିଲେ ବାପା ମା’ । ହେଲେ ଘଟିଲା ବଡ ଅଘଟଣ। ବାଟରେ ଅଟକାଇଲେ ଯମଦୂତ। ଆଉ ପୁଅ ଆଗରେ ଚାଲିଗଲା ମା’ର ଜୀବନ। କେନ୍ଦ୍ରାପଡ଼ାରୁ ସାମ୍ନାକୁ ଆସିଛି ଏମିତି ଏକ ଦୁଃଖଦ ଖବର। କେନ୍ଦ୍ରାପଡା ତିନିମୁହାଁଣି ଛକ ନିକଟରେ ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା ଟ୍ରକ। ପୁଅ ଓ ସ୍ବାମୀ ଆଗରେ ମହିଳାଙ୍କ ଉପରେ ଚଢିଗଲା ଟ୍ରକ। ହାଇଓ୍ବା ଚାପିଦେବାରୁ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି। ପୁଅକୁ ମାଟ୍ରିକ ପରୀକ୍ଷା ପାଇଁ ନେବା ବେଳେ ଦୁର୍ଘଟଣା ଘଟିଥିବା ଜଣା ପଡିଛି। ରାସ୍ତା ରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଘଟଣା ସ୍ଥଳରେ ପୁଲିସ ପହଂଚି ଘଟଣାର ତଦନ୍ତ ଜାରି କରିଛି।