ଅଲିମ୍ପିକ୍ସରେ ଦେଖିବାକୁ ମିଳିବ କ୍ରିକେଟର କ୍ରେଜ୍, ଭାଗ ନେବେ ୬ଟି ଦଳ

ଓଏଲ୍ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଅଲିମ୍ପିକ୍ସରେ ଦେଖିବାକୁ ମିଳିବ କ୍ରିକେଟର କ୍ରେଜ୍। କାରଣ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସ ୨୦୨୮ରେ କ୍ରିକେଟରେ ସାମିଲ ହୋଇଛି। ଇଣ୍ଟରନ୍ୟାସନାଲ ଅଲିମ୍ପିକ୍ସ କମିଟି ସଭାପତି ଥୋମାସ ବାଚ ଏନେଇ ପୂର୍ବରୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିବାବେଳେ ଲସ ଏଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ମ୍ୟାଚ ଆୟୋଜନ ହେବା ନେଇ ଆୟୋଜକଙ୍କ ପକ୍ଷରୁ ବୁଧବାର ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି।
ଉଭୟ ମହିଳା ଏବଂ ପୁରୁଷ ବର୍ଗରେ ମ୍ୟାଚ ଆୟୋଜନ କରାଯିବ। ତେବେ ଅଲିମ୍ପିକ୍ସରେ କ୍ରିକେଟର ୩ଟି ଫର୍ମାଟରୁ କେବଳ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ। ଉଭୟ ବର୍ଗର ୬ଟି ଲେଖାଏ ଦଳ ଅଂଶଗ୍ରହଣ କରିବେ। ଆୟୋଜକମାନେ ଗୋଟିଏ ଟିମରେ ସର୍ବାଧିକ ୧୫ ଜଣ ଖେଳାଳି ରହିବେ। ତେବେ ଆମେରିକା ଆୟୋଜକ ହୋଇଥିବାରୁ ଏହାର ଟିମ ଆୟୋଜକ କୋଟାରେ ଅଲିମ୍ପିକ୍ସରେ ଭାଗନେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହାର ଅର୍ଥ ଆମେରିକା ବ୍ୟତୀତ ଅନ୍ୟ ୫ଟି ଟିମ ଏଥିରେ ଅଂଶଗ୍ରହଣ କରିବେ।
୧୯୦୦ ଅଲିମ୍ପିକ୍ସରେ ଥିଲା କ୍ରିକେଟ:
ପ୍ରଥମ ଥର ପାଇଁ ୧୯୦୦ ଅଲିମ୍ପିକ୍ସରେ କ୍ରିକେଟ ଥିଲା। ପ୍ୟାରିସ୍ ଅଲିମ୍ପିକ୍ସ ୧୯୦୦ରେ କ୍ରିକେଟ ଖେଳା ଯାଇଥିଲା। ସେବେ ଗ୍ରେଟ୍ ବ୍ରିଟେନ୍ ଓ ଫ୍ରାନ୍ସ ମଧ୍ୟରେ ଗୋଲ୍ଡ ମେଡାଲ ପାଇଁ ଲଢ଼େଇ ହେଇଥିଲା। ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ଆଉ ଗ୍ରେଟ୍ ବ୍ରିଟେନ୍ ସ୍ବର୍ଣ୍ଣ ପଦକ ଜିତିଥିଲା। ସେହିପରି କ୍ରିକେଟ କମନଓ୍ବେଲଥ ଗେମ୍ସ ୧୯୯୮ ଓ ୨୦୨୨ରେ ସାମିଲ ହୋଇଥିଲା। ଏହାବ୍ୟତୀତ ଏସିଆନ୍ ଗେମ୍ସ ୨୦୧୦, ୨୦୧୪ ଓ ୨୦୨୩ରେ କ୍ରିକେଟ।