ପହଲଗାମ ଘଟଣା: କେନ୍ଦ୍ରର ବଡ଼ ନିଷ୍ପତ୍ତି, ବୁଧବାର ସିସିଏସ ବୈଠକ

ଓଏଲ୍ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ଏସବୁ ଭିତରେ ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କ ଘନଘନ ବୈଠକ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ବଡ ବୈଠକ। ସୂଚନା ଅନୁସାରେ, ବୁଧବାର ୧୧ଟାରେ ସିସିଏସ ବୈଠକ ବସିବ। ଯାହାର ଅଧ୍ୟକ୍ଷତା କରିବେ ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିରେ ଆଲୋଚନା ପରେ ନିଆଯାଇପାରେ ବଡ଼ ନିଷ୍ପତ୍ତି। କାରଣ ପୂର୍ବ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା।
ସେପଟେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଦେଶ ଏବେ ଏକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି। ଆତଙ୍କବାଦ ବିରୋଧରେ ଭାରତ ଏକାଠି ହେବାର ସମୟ ଆସିଛି। ତୁରନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି। ଉଭୟ ଗୃହ ଅଧିବେଶନ ଡାକିବାକୁ କହିଛନ୍ତି ରାହୁଲ। ଶୀଘ୍ର ସଂସଦର ଉଭୟ ଗୃହ ଅଧିବେଶନ ଡାକିବାକୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।