Odisha Link
Bridging the Missing Links in Odisha

ଚଳଚଞ୍ଚଳ ରଥଖଳା, ରଥନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି ତୁମ୍ବ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ପବିତ୍ର ଅକ୍ଷୟ ତୃତୀୟ ଦିନ ରଥ ଖଳାରେ ରଥ ନିର୍ମାଣ ନେଇ ଅନୁକୂଳ ହୋଇଥିବା ବେଳେ ଆଜି ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଜାରି ହୋଇଅଛି। ତୃତୀୟ ଦିନରେ କରତିଆ ସେବକ ମାନେ ବଡ ବଡ କାଠକୁ ତୁମ୍ଭ ପାଇଁ କାଠକୁ କାଟି ଅଲଗା କରୁଛନ୍ତି। ତାଳଧ୍ବଜ ରଥ ପାଇଁ ୧୪ଟି ତୁମ୍ଵ,ନନ୍ଦିଘୋଷ ରଥ ପାଇଁ୧୬ଟି ତୁମ୍ଭ ଓ ଦର୍ପଦଳନ ରଥ ପାଇଁ ୧୨ଟିତୁମ୍ଭ କଟାଯାଇ ସେଥିରେ ଚକ ନିର୍ମାଣ କରାଯିବ।

ପରମ୍ପରା ଅନୁସାରେ ଅନୁକୂଳ ନୀତି ପରେ ପ୍ରଥମ ଦିନରେ ରଥ ନିର୍ମାଣ ପାଇଁ ଭୋଇ ସେବକ ମାନେ ପ୍ରଥମେ ଆବଶକ୍ୟୟ କାଠ ପହଞ୍ଚାଇଥିଲେ। ଏହା ପରେ କରତୀ ସେବକମାନେ ତୁମ୍ଭ ନିର୍ମାଣ ପାଇଁ ଫାଶୀ କାଠ ଚିରଟ ଆରମ୍ଭ କରିଥିଲେ। ତେବେ ପ୍ରଥମ ଦିନରେ ତିନି ରଥ ପାଇଁ ତିନି ଗୋଟି ତୁମ୍ଭ କଟାଯାଇଥିବା ବେଳେ ୪୨ ଗୋଟି ଚକ ପାଇଁ ଆବଶ୍ୟକ ୪୨ଟି ତୁମ୍ଭର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରଥଖଳାରେ ବିଶ୍ୱକର୍ମା ମହାରଣା, ଭୋଇ ଓ କରତୀ ସେବକ ମାନଙ୍କ ଦ୍ୱାରା କାର୍ଯ୍ୟ ଜାରି ରହିଥିବା ପରିଲକ୍ଷିତ ହୋଇଛି।

Leave A Reply

Your email address will not be published.