ବିବାଦରେ ଦୀଘା ଜଗନ୍ନାଥ ମନ୍ଦିର: ବଡ଼ ବୟାନ ଦେଲେ ବରିଷ୍ଠ ଦଇତାପତି..

ଓଏଲ୍ ବ୍ୟୁରୋ: ପଶ୍ଚିମବଙ୍ଗ ଦୀଘାରେ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ଭଳି ମନ୍ଦିର ତିଆରି ହୋଇଛି। ଅକ୍ଷୟ ତୃତୀୟାରେ ଏହାର ଉଦଘାଟନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିରର ଉଦଘାଟନ ହୋଇଛି। ହେଲେ ଦୀଘାରେ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ଭଳି ମନ୍ଦିର ତିଆରିକୁ ନେଇ ବିବାଦ ଆରମ୍ଭ ହୋଇଛି।
ପଶ୍ଚିମବଙ୍ଗ ଦିଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ନେଇ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମମତା ବାନାର୍ଜୀ ମୋର ଜଣେ ଶିଷ୍ୟ। ମୋତେ ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିଲେ। ତିଥି ଅନୁସାରେ ପୂଜାର୍ଚ୍ଚନା ପାଇଁ କହିଥିଲି। ନିମ୍ବ କାଠରେ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ମୁଁ ନିଜେ ପୁରୀରୁ ନିମ୍ବ କାଠ ନେଇ ଯାଇଥିଲି। ବ୍ରହ୍ମର ଏକମାତ୍ର ସ୍ଥାନ ପୁରୀରେ ରହିଛି। ବ୍ରହ୍ମ ସ୍ଥାପନ ନେଇ କୌଣସି ସ୍ଥାନରେ କହିନାହିଁ। ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ। ଏନେଇ ମୁଁ ମମତା ବାନାର୍ଜୀଙ୍କ ଚିଠି ଲେଖି ଜଗନ୍ନାଥ ଧାମ ବଦଳାଇବାକୁ କହିବି ବୋଲି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି ।