Odisha Link
Bridging the Missing Links in Odisha

୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ଉଦଘାଟନ କରିବେ ‘ରଙ୍ଗବତୀ ମହୋତ୍ସବ’

ଓଏଲ୍‌ ବ୍ୟୁରୋ: ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ କେନ୍ଦୁଝର ଗସ୍ତ। ୫ ଓ ୬ ତାରିଖରେ (ସୋମବାର ଓ ମଙ୍ଗଳବାର) ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ପ୍ରଥମ ଦିନ ଧରଣୀଧର ନାଏକଙ୍କ ଜୟନ୍ତୀ ଅବସରରେ କୁସୁମିତାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିପ୍ଳବୀ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ମୁଖ୍ୟମନ୍ତ୍ରୀ।

ଧରଣୀଧର ମେଡିକାଲ୍ କଲେଜରେ IPD ଉଦଘାଟନ କରିବେ। ଅପରାହ୍ଣରେ ‘ରଙ୍ଗବତୀ ମହୋତ୍ସବ’ ଉଦଘାଟନ କରିବେ। କୁସୁମିତା ଗ୍ରାମରେ ଏକ ଜନସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ଏହାପରେ ଧରଣୀଧର ଭୂୟାଁଙ୍କ ଏନ୍ତୁଡିଶାଳ କୁସୁମିତାକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ ଭୂୟାଁ ସାଂସ୍କୃତିକ ସଙ୍ଗଠନ ଉତ୍ସାହିତ ହୋଇଉଠିଛି।

Leave A Reply

Your email address will not be published.