ସୀମା ସୁରକ୍ଷା ଚିନ୍ତା, ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କ ଛୁଟି ବାତିଲ

ଓଏଲ୍ ବ୍ୟୁରୋ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଗତକାଲି ମଧ୍ୟରାତ୍ରରେ ପାକ୍ ସୀମାରୁ ୧୦୦ କିଲୋମିଟର ଭିତରକୁ ପଶି ଭାରତୀୟ ସେନା ଏୟାର ଷ୍ଟ୍ରାଇକ୍ କରିଛି। ଏହା ପରେ ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କ ଛୁଟି ବାତିଲ ହୋଇଛି। ଛୁଟି ବାତିଲ ନେଇ ଗୃହ ମନ୍ତ୍ରୀ ଅମିତ ଶାହ। ଯଦି କିଛି ପରିସ୍ଥିତି ଉତ୍ପନ୍ନ ହୁଏ ସାମ୍ନା ପାଇଁ ଛୁଟି ବାତିଲ ହୋଇଛି। ଯବାନଙ୍କୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାରାମିଲିଟାରୀ ଫୋର୍ସଙ୍କ ଛୁଟି ବାତିଲ ହୋଇଛି। ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।
ଅନ୍ୟପଟେ, ପାକିସ୍ତାନରେ ଏମରଜେନ୍ସି ଜାରି ହୋଇଛି। ଭାରତର ଆକ୍ରମଣ ପରେ ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି। ରାୱଲପିଣ୍ଡି, ଲାହୋର ବିମାନବନ୍ଦର ବନ୍ଦ ରହିଛି। ସୀମାକୁ ପାକିସ୍ତାନ ସେନା ପଠାଇଥିବା ସୂଚନା ମିଳିଛି।