Odisha Link
Bridging the Missing Links in Odisha

ଚାଲିଛି ଅପରେସନ ସିନ୍ଦୂର, ବଡ଼ ସୂଚନା ଦେଲେ କିରଣ ରିଜିଜୁ..

ଓଏଲ୍‌ ବ୍ୟୁରୋ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଅନ୍ଧାର ରାତିରେ କେହି କିଛି ଭାବିବା ଆଗରୁ ଅତର୍କିତ ହେଲା ମିସାଇଲ ମାଡ଼। ଖସିଯିବାକୁ ସୁଯୋଗ ପାଇଲେନି ସୈତାନ। ମାଟିରେ ମିଶିଗଲା ଆତଙ୍କୀଙ୍କ ଆଡ୍ଡା। ଭାରତୀୟ ସେନାର ଆକ୍ରମଣରେ ଆତଙ୍କୀ ଆଡ୍ଡା ସହ ସମାଧି ନେଲେ ସିନ୍ଦୂର ପୋଛିଥିବା ସୈତାନ। ଆଉ ପୂରା ବିଶ୍ବ ଦେଖିଲା ଭାରତର ଅପରେସନ ସିନ୍ଦୂର। ‘ଅପରେସନ ସିନ୍ଦୂର’ରେ ଅତିକମ୍‌ରେ ୧୦୦ ଆତଙ୍କବାଦୀ ମୃତ୍ୟୁ ବରଣ କରିଥିବା ସର୍ବଦଳୀୟ ବୈଠକରେ ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହା ପରେ କିରଣ ରିଜିଜୁ କହିଛନ୍ତି, ଅପରେସନ ସିନ୍ଦୂର ସରିନି।

ଅନ୍ୟପଟେ, ଭାରତ ତରଫରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ଅନେକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ପାକିସ୍ତାନ ଭାରତ ସୀମାବର୍ତ୍ତୀ ଗାଁ ଗୁଡ଼ିକରେ ଗୁଳି ବର୍ଷା କରିଛି । ପାକିସ୍ତାନର କାର୍ଯ୍ୟକଳାପକୁ ଦେଖି ଭାରତୀୟ ସେନା ମଧ୍ୟ ଆଲର୍ଟରେ ଅଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶର ୨୧ଟି ବିମାନବନ୍ଦରକୁ ମେ ୧୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଝାଡ଼ଖଣ୍ଡ ରହିଛି । ପ୍ରମୁଖ ବିମାନବନ୍ଦରରେ ଶ୍ରୀନଗର, ଜାମ୍ମୁ, ଲେହ, ଚଣ୍ଡିଗଡ଼, ବିକାନେର, ଯୋଧପୁର, ରାଜକୋଟ, ଧର୍ମଶାଳା, ଅମୃତସର, ଭୁଜ ଏବଂ ଜାମନଗର ଅନ୍ତର୍ଭୁକ୍ତ ।