Odisha Link
Bridging the Missing Links in Odisha

ଅପରେସନ ସିନ୍ଦୂର: ଇସ୍ରୋ ମୁଖ୍ୟଙ୍କ ବଡ଼ ବୟାନ..

ଓଏଲ୍‌ ବ୍ୟୁରୋ: ଅପରେସନ ‘ସିନ୍ଦୂର‘କୁ ନେଇ ଇସ୍ରୋ ମୁଖ୍ୟଙ୍କ ବଡ଼ ବୟାନ। ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ୧୦ ସାଟେଲାଇଟ୍‌ ନଜର ରଖିଛନ୍ତି। ୨୪ ଘଣ୍ଟିଆ ନଜର ରଖାଯାଇଥିବା ଇସ୍ରୋ ମୁଖ୍ୟ ଭି. ନାରାୟନ୍‌ କହିଛନ୍ତି।

ଅନ୍ୟପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି। ପାକିସ୍ତାନ ସହିତ ଅସ୍ତ୍ରବିରତି ଘୋଷଣା ହେବା ପରେ ଏହି ବୈଠକ ହୋଇଛି। ପରିବର୍ତ୍ତିତ ପରିସ୍ଥିତିର ସମୀକ୍ଷା ସହିତ ଆଗାମୀ ରଣନୀତି ନେଇ ଏହି ବୈଠକରେ ଆଲୋଚନା ହୋଇଥିବାର ସୂଚନା ମିଳିଛି।

ଆଜି ଭାରତ ପାକିସ୍ତାନ DGMO ଆଲୋଚନା। ଅସ୍ତ୍ରବିରତି ପରେ ପ୍ରଥମ ଥର ପାଇଁ କଥାବାର୍ତ୍ତା ହେବେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନ ଧରି ଚାଲିଥିବା ସାମରିକ ସଂଘର୍ଷ ପରେ ରବିବାର ଦିନ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି।

ଆଜି ଉଭୟ ଦେଶର ଡିଜିଏମଓମାନେ ଦିନ ୧୨ଟାରେ ଯୁଦ୍ଧବିରତିର ସର୍ତ୍ତାବଳୀ ଏବଂ ଭବିଷ୍ୟତ ରଣନୀତି ସମ୍ପର୍କରେ ଆଲୋଚନା କରିବେ। ଯାହା ପରେ ଜଣାପଡିବ ଯେ ଏହି ଶାନ୍ତି ସ୍ଥାୟୀ ରହିବ ନା ପୁଣି ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିବ। ଭାରତ ଏହି ମାମଲାରେ ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କରିସାରିଛି।