ଥମିଲା ଗୁଳିବର୍ଷା: ବଙ୍କରରୁ ବାହାରି ଘରକୁ ଫେରିଲେ କାଶ୍ମୀର ବାସିନ୍ଦା

ଓଏଲ୍ ବ୍ୟୁରୋ: ଜମ୍ମୁ କାଶ୍ମୀର ଏଲ୍ଓସି (ନିୟନ୍ତ୍ରଣ ରେଖା) ନିକଟସ୍ଥ ୩ ସୀମାନ୍ତ ଜିଲ୍ଲାରେ ପାକିସ୍ତାନ ଲଗାତାର ଗୁଳିଗୋଳା ମାଡ଼ ଏବଂ ଡ୍ରୋନ୍ ଆକ୍ରମଣ କରୁଥିଲା। ଏଥିପାଇଁ ବାରମୂଳା, ବାନ୍ଦିପୁରା ଓ କୁପୱାଡ଼ା ଜିଲ୍ଲାର ଏଲ୍ଓସି ଅଞ୍ଚଳରୁ ପାଖାପାଖି ୧ଲକ୍ଷ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାପରେ ଆଶ୍ରୟସ୍ଥଳରେ ରହିଥିବା ଲୋକମାନେ ପୁଣି ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଭାରତ-ପାକ୍ ସୀମାରେ ଥମିଲା ଗୁଳିବର୍ଷା।ଗତକାଲି J&K ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିନି ପାକ୍। ବଙ୍କରରୁ ବାହାରି ଘରକୁ ଫେରିଲେ କାଶ୍ମୀର ବାସିନ୍ଦା। ଅନ୍ୟପଟେ, ପାକିସ୍ତାନର ଗୋଳାମାଡ଼ ଯୋଗୁଁ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି।