ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ସୁରକ୍ଷା ନେଇ କଲେ ଆଲୋଚନା

ଓଏଲ୍ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ସ୍ଥିତ ଆଦମପୁର ଏୟାରବେସରେ ପହଞ୍ଚି ଭାରତୀୟ ଯବାନଙ୍କୁ ଭେଟିଲେ। ଇଣ୍ଡିଆନ୍ ଏୟାରଫୋର୍ସର ବାୟୁବୀରଙ୍କ ସହ ସାକ୍ଷାତ କରି ଘଣ୍ଟାଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏୟାରବେସରେ ରହିଲେ। ଯବାନଙ୍କ ସହ କଥାବାର୍ତ୍ତା ହେଉଥିବା ସମୟରେ ପ୍ରଧାନମନ୍ତ୍ରୀ ହସୁଥିବାର ନଜର ଆସିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଯବାନମାନେ ଅନେକ ଫଟୋ ମଧ୍ୟ ଉଠାଇଥିଲେ।
ସୂଚନା ଅନୁସାରେ, ପାକିସ୍ତାନ ଭାରତ ବିପକ୍ଷରେ ମିଥ୍ୟା ଖବର ପ୍ରଚାର କରି କହିଥିଲା ଯେ ଭାରତ ଆଦମପୁର ଏୟାରବେସ୍ ଉପରେ ଆକ୍ରମଣ କରି ତାହାକୁ ଉଡ଼ାଇ ଦେଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିମାନ ଆଦମପୁର ଏୟାରବେସରେ ପହଞ୍ଚିବା ପରେ ଏହା ସ୍ପଷ୍ଟ ହୋଇଗଲା ଯେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ମିଥ୍ୟା କହୁଥିଲା। ଭାରତର ଲଢୁଆ ବିମାନ ମିଗ୍-୨୯ ର ବେସ୍ ହେଉଛି ଏହି ଏୟାରବେସ୍ । ପ୍ରଧାନମନ୍ତ୍ରୀଙ୍କ ସହ ଏୟାର୍ ଚିଫ୍ ମାର୍ଶଲ ଏପି ସିଂହ ମଧ୍ୟ ସାଙ୍ଗରେ ଥିଲେ।