Odisha Link
Bridging the Missing Links in Odisha

ରାଷ୍ଟ୍ରପତିଙ୍କୁ ଭେଟିଲେ ୩ସେନା ମୁଖ୍ୟ, ସଶସ୍ତ୍ର ବାହିନୀର ସାହସକୁ ପ୍ରଶଂସା କଲେ ମହାମହିମ

ଓଏଲ୍‌ ବ୍ୟୁରୋ: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ପରେ, ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରାମ ହୋଇଛି। ଅସ୍ତ୍ରବିରତି ପରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଏସବୁ ଭିତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ CDS ଓ ୩ ସେନା ମୁଖ୍ୟ। ଅପେରସନ୍ ସିନ୍ଦୂର ବାବଦରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଲେ CDS ଓ ୩ ସେନା ମୁଖ୍ୟ। ରାଷ୍ଟ୍ରପତି CDS ଓ ୩ ସେନା ମୁଖ୍ୟଙ୍କୁ ଭେଟିବା ପରେ ସଶସ୍ତ୍ର ବାହିନୀର ସାହସ ଓ ସମର୍ପଣକୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.