ଭାରତ-ପାକିସ୍ତାନ ଉତ୍ତେଜନା ପରେ ବଢ଼ିଲା ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା

ଓଏଲ୍ ବ୍ୟୁରୋ: ଭାରତ ଏବଂ ପାକିସ୍ତାଦ ଉତ୍ତେଜନା ସାରା ବିଶ୍ୱର ଚିନ୍ତାର ବିଷୟ ପାଲଟିଥିବାବେଳେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଅପରେସନ ସିନ୍ଦୂର ପରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବେ ଏକ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ କାରରେ ଯାତ୍ରା କରିବେ।
ଗୃହ ମନ୍ତ୍ରଣାଳୟ ଏବେ ତାଙ୍କ ସୁରକ୍ଷାକୁ ବଢାଇବା ସହ ସ୍ୱତନ୍ତ୍ର ବୁଲେଟ ପ୍ରୁଫ୍ ଗାଡି ପ୍ରଦାନ କରିଛି। ଜୟଶଙ୍କରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି। ଏସ୍ ଜୟଶଙ୍କରଙ୍କୁ ପୂର୍ବରୁ ଗୃହ ବିଭାଗ ପକ୍ଷରୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି। ସିଆରପିଏଫ୍ କମାଣ୍ଡୋମାନେ ବୈଦେଶିକ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତି। ତେବେ ଭାରତ-ପାକିସ୍ତାନ ଉତ୍ତେଜନା ପରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।