Odisha Link
Bridging the Missing Links in Odisha

୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର୍ ଗବାଇ

ଓଏଲ୍‌ ବ୍ୟୁରୋ: ଶପଥ ଗ୍ରହଣ କଲେ ସୁପ୍ରିମ କୋର୍ଟର ନୂଆ ବିଚାରପତି। ଦେଶର ନୂତନ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଲେ। ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଭୂଷଣ ରାମକୃଷ୍ଣ ଗବାଇ। ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଗବାଇଙ୍କ କାର୍ଯ୍ୟକାଳ ପ୍ରାୟ ଛଅ ମାସ ହେବ ଏବଂ ନଭେମ୍ବର ୨୦୨୫ରେ ତାଙ୍କର ଅବସର ସହିତ ଶେଷ ହେବ। ତାଙ୍କର ଜନ୍ମ ୨୪ ନଭେମ୍ବର ୧୯୬୦ ମସିହାରେ ମହାରାଷ୍ଟ୍ରର ଅମରାବତୀରେ ହୋଇଥିଲା। ସେ ୧୬ ମାର୍ଚ୍ଚ ୧୯୮୫ ମସିହାରେ ଓକିଲାତି କରିବା ଆରମ୍ଭ କରିଥିଲେ। ଏହା ପରେ ଜଷ୍ଟିସ୍ ବି.ଆର. ଗବାଇଙ୍କୁ ମେ’, ୨୦୧୯ରେ ଭାରତର ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦୋନ୍ନତି ଦିଆଯାଇଥିଲା। ସେ ୨୩ ନଭେମ୍ବର, ୨୦୨୫ରେ ଅବସର ଗ୍ରହଣ କରିବେ।

Leave A Reply

Your email address will not be published.