Odisha Link
Bridging the Missing Links in Odisha

ବାତ୍ୟା ହେବା ନେଇ ଚର୍ଚ୍ଚା, ସୂଚନା ନଥିବା ସ୍ପଷ୍ଟ କଲା ପାଣିପାଗ ବିଭାଗ

ଓଏଲ୍‌ ବ୍ୟୁରୋ: ଆସୁଛି ଏକ ବଡ ବାତ୍ୟା ଶକ୍ତି। ମେ ୨୩ରୁ ୨୮ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଏହା ବାତ୍ୟାରେ ପରିଣତ ହୋଇ ୨୪ରୁ ୨୬ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି। ଏହା ଓଡ଼ିଶା ଉପକୂଳ ଓ ବାଂଲାଦେଶର ଚତୋଗ୍ରାମରେ ପ୍ରଭାବ ପକାଇପାରେ। ଏନେଇ ବାଂଲଦେଶ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ସାମ୍ଭାବ୍ୟ ବାତ୍ୟାର ନାଁ ଶକ୍ତି ରଖାଯାଇଛି। ଏଭଳି କିଛି ଖବର ସାମ୍ନାକୁ ଆସିବା ପରେ ବାତ୍ୟାର ସୂଚନା ନଥିବା ସ୍ପଷ୍ଟ କଲା ପାଣିପାଗ ବିଭାଗ। ମେ ୨୩ରୁ ୨୮ ମଧ୍ୟରେ ବାତ୍ୟା ହେବା ଚର୍ଚ୍ଚାକୁ ଖଣ୍ଡନ କରିଛି ପାଣିପାଗ ବିଭାଗ।