Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ଧର୍ମଶାଳା ଏବିଡିଓ, ଠାବ ହେଲା ବିପୁଳ ସମ୍ପତ୍ତି

ଓଏଲ୍‌ ବ୍ୟୁରୋ: କିଛି ଦିନରେ ବିରତି ପରେ ପୁଣି ଆକ୍ସନ ମୋଡ଼ରେ ଭିଜିଲାନ୍ସ। ଆଜି ଧର୍ମଶାଳା ABDOଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଶାଳା ଅତିରିକ୍ତ ବ୍ଲକ୍‌ ଉନ୍ନୟନ ଅଧିକାରୀ ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ। ଯାଜପୁର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌। କଟକ ସ୍ପେସିଆଲ ଜଜ୍‌ଙ୍କ ଦ୍ୱାରା ୱାରେଣ୍ଟ ଜାରି ହେବା ପରେ ଏହି ଚଢାଉ କରାଯାଇଛି। ଏହି ରେଡ୍‌ରେ ୮ ଜଣ DSP, ୯ ଜଣ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ଚଢାଉ ବେଳେ ଧର୍ମଶାଳା ଏବିଡିଓଙ୍କ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।

କଟକ, ଯାଜପୁରରେ କୋଠା ସହ ୫ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଛି। ସେହିଭଳି ଯାଜପୁର ଜିଲ୍ଲା କହ୍ନେଇପୁର ଚୋର୍ଡାରେ ୪ ମହଲା କୋଠା, କଟକ ଚାଉଳିଆଗଞ୍ଜରେ ଏକ 2BHK ପ୍ଲଟ, ଯାଜପୁର ସୁନ୍ଦରୀମୁହାଣରେ ୩ ମହଲା କୋଠା, ଯାଜପୁର ରୋଡରେ ଚାଲିଛି ୨ ମହଲା କୋଠା ନିର୍ମାଣ, ଯାଜପୁର ରୋଡରେ ଗୋଟିଏ ସପିଂ ମଲ ମଧ୍ୟ ତିଆରି ଚାଲିଛି। ଯାଜପୁର ରୋଡ ଓ ଦାନଗଦିରେ ୫ଟି ମୂଲ୍ୟବାନ ପ୍ଲଟ, ୨୦୦ ଗ୍ରାମର ସୁନା ଅଳଙ୍କାର, ଦୁଇଟି ଦୁଇ ଚକିଆ ଗାଡି, ନଗଦ ୧.୮୫ ଲକ୍ଷ ସହ ୬୫ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି।