Odisha Link
Bridging the Missing Links in Odisha

ଭଦ୍ରକରେ ଡିଜେ ବ୍ୟବହାର ନିଷେଧ, ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଭଦ୍ରକ ଜିଲ୍ଲାରେ ଆଉ ବାଜିବନି ଡିଜେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସାରା କାର୍ଯ୍ୟକ୍ରମରେ ଡିଜେ ସିଷ୍ଟମ ଏବଂ ଭାଇବ୍ରେଟର ବ୍ୟବହାର ନିଷେଧ କରାଯାଇଛି। ନିର୍ଦ୍ଦେଶନାମାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ତହସିଲଦାର, ପୁଲିସ ଷ୍ଟେସନ ଏବଂ ଆରଟିଓ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନା ଅନୁସାରେ, ଗତ ମାସରେ ପାଟୁଆ ଯାତ୍ରା ବେଳେ ଅଘଟଣ ଘଟିଥିଲା। ଡିଜେ ପ୍ରୋସେସନ ବେଳେ ୧୧ କେଭି ତାର ଲାଗିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିଲେ। ଭଦ୍ରକ ତିହିଡି ଥାନା ହାଟୁଆରୀ ଗାଁରେ ଅଭାବନୀୟ ଘଟଣା ଘଟିଥିଲା।