Odisha Link
Bridging the Missing Links in Odisha

ସେପ୍ଟେମ୍ବର ସୁଦ୍ଧା ସରିବ ୨ ହଜାର କୋଟି ଟଙ୍କାର ରାସ୍ତା କାମ: ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଗତ ୫ ବର୍ଷର କାମ ବର୍ଷକରେ ହେବ। କଟକ-ସମ୍ବଲପୁର ରାସ୍ତା କାମ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ। ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ କଟକ-ସମ୍ବଲପୁର ରାସ୍ତା କାମ। ବର୍ତ୍ତମାନ ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା କିନ୍ତୁ ଏହା ଶେଷ ହୋଇଯିବ। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଚଳିତ ବର୍ଷ କେନ୍ଦ୍ର ୧୩ ହଜାର କୋଟିର ନୀତିଗତ ଅନୁମୋଦନ ଦେଇଛି। ସେପ୍ଟେମ୍ବର ସୁଦ୍ଧା ୨ ହଜାର କୋଟି ଟଙ୍କାର ରାସ୍ତା କାମ ସାରିବାକୁ ଲକ୍ଷ୍ୟ। ଗତ ୫ ବର୍ଷରେ ଯେତିକି କାମ ହୋଇଛି, ବର୍ଷକରେ ସେତିକି ରାସ୍ତା ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷରେ ରାଜ୍ୟରେ ଯେତିକି ଜାତୀୟ ରାଜପଥ ତିଆରି ହୋଇଥିଲା, ଆଗାମୀ ଗୋଟିଏ ବର୍ଷରେ ସେତିକି ରାସ୍ତା ନିର୍ମାଣ କରାଯିବ । ୨୦୩୬ ଏବଂ ୨୦୪୭କୁ ଆଖିରେ ରଖି ସବୁ ପ୍ରମୁଖ ଅଞ୍ଚଳ, ବାଣିଜ୍ୟ ଅଞ୍ଚଳ ଏବଂ ବନ୍ଦରକୁ ଯୋଗାଯୋଗ କରିବା ପାଇଁ ଯୋଜନା ହୋଇଛି, ଏଥିପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।