ଓବିସି ସଂରକ୍ଷଣ ପ୍ରସଙ୍ଗ: ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା, ୨୧ରେ ବିଜେଡିର ଗଣଧାରଣା

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଛନ୍ତି। ଯାହାକୁ ନେଇ ରାଜନୀତି ବଢ଼ିବାରେ ଲାଗିଛି। ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ସାମ୍ଵାଦିକ ସମ୍ମିଳନୀରେ କଟୁ ସମାଲୋଚନା କଲା ବିଜେଡି। ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ଓବିସି ସେଲ୍ ଉପସଭାପତି ଅରୁଣ ସାହୁ। ବିଜେପି ସରକାରଙ୍କୁ କଟାକ୍ଷ କରିଛନ୍ତି। ‘ଓବିସି ସଂରକ୍ଷଣ ଏକ ଧୋକ୍କା ଓ ପ୍ରବଞ୍ଛନା’। ଗତ ବିଧାନସଭାରେ ବିଜେଡି ଏନେଇ ସରକାରଙ୍କୁ ଘେରିଥିଲା। ଉଚ୍ଚ ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ନେଇ ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡିର ଚାପରେ ସରକାର ନଇଁଛନ୍ତି।
ଆଗାମୀ ୨୧ ତାରିଖରେ ରାଜଭବନ ଆଗରେ ଗଣଧାରଣା ଅନୁଷ୍ଠିତ ହେବ। ମେଡିକାଲ, ଇଞ୍ଜିନିୟରିଂରେ ସଂରକ୍ଷଣ ନଦେବା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି। ଜୁନ୍ ୧୨ ତାରିଖକୁ ବିଜେପି ସରକାରକୁ ବର୍ଷେ ପୁରୁଛି। ସଂରକ୍ଷିତ ବର୍ଗଙ୍କ ପାଇଁ କିଛି କରିନାହାନ୍ତି ସରକାର। ଲୋକଙ୍କୁ ଦେଖାଇବା ପାଇଁ କ୍ୟାବିନେଟରେ ର, ବ, ଟ, କ, ଖ କରି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଓବିସିଙ୍କ ସଂଖ୍ୟା ୫୪ ପ୍ରତିଶତ । ମେଡିକାଲ, ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାରେ ପଛୁଆବର୍ଗଙ୍କୁ ସଂରକ୍ଷଣ ମିଳିବା ଆବଶ୍ୟକ । ସେ ଦିଗରେ ସରକାର ନିଷ୍ପତ୍ତି କାହିଁକି ନେଲେନି ? ବିଜେଡି ପଛୁଆବର୍ଗଙ୍କ ପାଇଁ ଉଚ୍ଚଶିକ୍ଷା ସମେତ ମେଡିକାଲ, ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାରେ ୨୭ ପ୍ରତିଶତ ସଂରକ୍ଷଣ ଦାବି କରିଆସୁଛି । ଏହାର ଅର୍ଥ ସରକାର ଚାହୁଁନାହାନ୍ତି ପଛୁଆବର୍ଗ ଡାକ୍ତର ଓ ଇଞ୍ଜିନିୟର ହୁଅନ୍ତୁ । ଏହା ବିରୋଧରେ ବିଜୁ ଜନତା ଦଳ ଦୁର୍ବାର ଆନ୍ଦୋଳନ କରିବ। ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି ଓବିସି ସେଲ୍ ଉପସଭାପତି ଅରୁଣ ସାହୁ କହିଛନ୍ତି।