Odisha Link
Bridging the Missing Links in Odisha

ବନ୍ଧା ହେଲେ ଧର୍ମଶାଳା ବ୍ଲକ ଏବିଡିଓ, ଠାବ ହେଲା ବିପୁଳ ସମ୍ପତ୍ତି

ଓଏଲ୍‌ ବ୍ୟୁରୋ: ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଅସିତ ପାତ୍ରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ଚଢାଉ ବେଳେ ୩ଟି ବହୁତଳ କୋଠା, କଟକରେ ଫ୍ଲାଟ ଠାବ ହୋଇଥିଲା। ସପିଂ କମ୍ପ୍ଲେକ୍ସ, ୫ ଦାମୀ ପ୍ଲଟ, ୭୦୦ ଗ୍ରାମ ସୁନା ଅଳଙ୍କାର ମିଳିଥିଲା ।

ସେହିପରି ବ୍ୟାଙ୍କ ଜମା ୬୫ ଲକ୍ଷ, ନଗଦ ୧ ଲକ୍ଷ ୮୫ ଲକ୍ଷ ଠାବ ହୋଇଥିଲା। ଗୁରୁବାର ଧର୍ମଶାଳା ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ(ଏବିଡିଓ) ଅସିତ କୁମାର ପାତ୍ରଙ୍କ ଦ୍ୱାରା ତାଙ୍କ ଆୟ ଉତ୍ସଠାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି(ଡିଏ) ଅର୍ଜନ ଅଭିଯୋଗରେ, ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ତଲାସୀ କରାଯାଇଥିଲା। ଏହି ରେଡ୍‌ରେ ୮ ଜଣ DSP, ୯ ଜଣ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।