Odisha Link
Bridging the Missing Links in Odisha

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ, ଖୁବଶୀଘ୍ର ମାଟ୍ରିକ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ୨୦୨୫ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ପ୍ରକ୍ରିୟା। ଚଳିତ ବର୍ଷ ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରାର୍ଥୀ, ପରୀକ୍ଷା ଦେଇ ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀ ଓ କପି କରି ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀମାନେ ହିଁ ପୁଣି ପରୀକ୍ଷା ଦେବା ପାଇଁ ବୋର୍ଡ ପକ୍ଷରୁ ସୁଯୋଗ ଦିଆଯାଇଛି। ଫର୍ମ ପୂରଣ ଶେଷ ତାରିଖ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରହିଛି।

ରେଗୁଲାର ପରୀକ୍ଷା ପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ବିଦ୍ୟାଳୟ ସ୍ତରରେ ପ୍ରଧାନ ଶିକ୍ଷକଙ୍କ ଜରିଆରେ ଫର୍ମ ପୂରଣ କରିବେ ବୋଲି ବ୍ୟବସ୍ଥା ରହିଛି। ଅନ୍‌ଲାଇନ୍‌ରେ ଏହି ଫର୍ମ ପୂରଣ ଲାଗି ପରୀକ୍ଷାର୍ଥୀଙ୍କୁ ୪୨୦ ଟଙ୍କା ଦେୟ ହେବାକୁ ହେବ।

ସୂଚନାଯୋଗ୍ୟ, ମାଟ୍ରିକ୍‌ ପରୀକ୍ଷାରେ ଚଳିତ ବର୍ଷ ୮ ହଜାର ୩୬୨ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ସେହିପରି ୧୭ ହଜାର ୩୮୪ ପରୀକ୍ଷାର୍ଥୀ ଫେଲ୍‌ ହୋଇଥିଲେ। ଅନୁପସ୍ଥିତ, ଫେଲ୍‌ ଓ ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀ ମିଶି ୨୫ ହଜାରରୁ ଅଧିକ ହେବେ ବୋଲି ସୂଚନା ମିଳିଛି। ଫର୍ମ ପୂରଣ ସରିବା ପରେ କେବେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ସେ ସମ୍ପର୍କରେ ଖୁବ୍‌ଶୀଘ୍ର ପରୀକ୍ଷା ସୂଚୀ ଜାରି କରାଯିବ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି।