ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର, ସମ୍ମାନିତ କଲେ ରାଷ୍ଟ୍ରପତି

ଓଏଲ୍ ବ୍ୟୁରୋ: ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଛି। ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସ୍କୃତ ବିଶାରଦ ଓ ଆଧ୍ୟାତ୍ମିକ ଗୁରୁ ଭାବେ ସ୍ବାମୀ ରାମଭଦ୍ରାଚାର୍ଯ୍ୟ ପ୍ରସିଦ୍ଧ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଛି।