Odisha Link
Bridging the Missing Links in Odisha

କାଳବୈଶାଖୀ ବର୍ଷା ଆଶଙ୍କା: ୭ ଜିଲ୍ଲାକୁ ସତର୍କ ସୂଚନା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କିଛି ଦିନ ହେବ ଅସହ୍ୟ ହେଉଛି ତାତି। ଘରେ ରହି ହଉନି କି ବାହାରକୁ ବାହାରି ହେଉନି। ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଏସବୁ ଭିତରେ ପାଣିପାଗ ବିଭାଗର ଚେତାବନୀ ଏକ ପ୍ରକାର ଆଶ୍ବସ୍ତି ଦେଇଛି। ବର୍ଷା ନେଇ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। କୁଆପଥର ମାଡ ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି। ବିଜୁଳି ଘଡଘହି ସହ କାଳବୈଶାଖୀ ବର୍ଷା ଆଶଙ୍କା କରାଯାଉଛି। କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ବାଲାସୋର ଏବଂ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ପ୍ରବଳ ଘଡ଼ଘଡ଼ି ସହିତ କୁଆପଥର ବର୍ଷା ସମ୍ଭାବନା ରହିଛି। ପବନର ବେଗ ୬୦-୭୦ କିଲୋମିଟର ପର୍ଯ୍ୟନ୍ତ ରହିବ।