Odisha Link
Bridging the Missing Links in Odisha

ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲା: ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ

ଓଏଲ୍‌ ବ୍ୟୁରୋ: ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ବୁଧବାର ଖାରଜ କରିଥିବାବେଳେ ଗିରଫ ହୋଇ ଜେଲରେ ଅଛନ୍ତି ବିଜେଡି ନେତା ରାଜା ଚକ୍ର। ତାଙ୍କ ସହ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ୧୧ ଏକର ଜମିରେ ଥିବା ରାଜା ଚକ୍ରର ବିଶାଳ ଫାର୍ମହାଉସ୍ ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି। ସୂଚନା ଅନୁସାରେ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ମାମଲାରେ ରାଜା ଚକ୍ରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏବେ ସେ ଜେଲରେ ଅଛନ୍ତି।