Odisha Link
Bridging the Missing Links in Odisha

ବନ୍ଦ ହୋଇନି ଅପରେସନ ସିନ୍ଦୂର: ପ୍ରତିରକ୍ଷା ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଗୁଜରାଟ ଭୁଜ୍‌ ଏୟାର ବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏୟାରବେସ୍‌ରେ ବାୟୁ ସେନା ଯୋଦ୍ଧାଙ୍କୁ ଭେଟିଲେ ରାଜନାଥ ସିଂ। ଭୁଜ୍‌ ଗସ୍ତକରି ପାକିସ୍ତାନକୁ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଭୁଜ୍‌ ଏୟାର ବେସ୍‌କୁ ଉଡ଼ାଇଥିବା ଦାବି କରିଥିଲା ପାକିସ୍ତାନ। ଡ୍ରୋନ୍‌ ଦ୍ବାରା ଭୁଜ୍‌ ଏୟାର ବେସ୍‌ ନଷ୍ଟ କରିଥିବା କହିଥିଲା ପାକ୍‌। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭୁଜ୍‌ ଏୟାର ବେସ୍‌ ପହଂଚି ପାକିସ୍ତାନକୁ ଏକ ପ୍ରକାର ଜବାବ ଦେଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି,ବ୍ରହ୍ମୋସ ମିଜାଇଲ୍‌ ତାକତକୁ ତ ପାକିସ୍ତାନ ସ୍ବୀକାର କରିସାରିଛି। ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି। ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଚମକ ଦେଖାଇଛି। ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଛି। ତେଣୁ IMF ତାର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର।

୧୪ କୋଟି ଟଙ୍କା କୁଖ୍ୟାତ ମାସୁଦ ଅଜହରକୁ ପ୍ରଦାନ କରିଛି। ଭୁଜ ଏୟାରବେସ୍‌ ପାକିସ୍ତାନ ବିପକ୍ଷ ବିଜୟରେ ସର୍ବଦା ସାଥି। ୧୯୬୫ ଓ ୧୯୭୧ରେ ଆମେ ଏହା ଦେଖିଥିଲେ। ଅପରେସନ ସିନ୍ଦୂରରେ ମଧ୍ୟ ଆମେ ପୁଣିଥରେ ଦେଖିଲୁ। ଆତଙ୍କବାଦୀ ବିରୋଧୀ ଲଢ଼େଇର ନେତୃତ୍ବ ନେଉଛି ବାୟୁସେନା। ଏଠୁ ଉଡ଼ାଣ ଆରମ୍ଭ କରି ଲଢ଼ୁଆ ବିମାନ ପରାକ୍ରମ ଦେଖାଇଛି ।

ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି। ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଚମକ ଦେଖାଇଛି। ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଛି। ତେଣୁ IMF ତାର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର। ୧୪ କୋଟି ଟଙ୍କା କୁଖ୍ୟାତ ମାସୁଦ ଅଜହରକୁ ପ୍ରଦାନ କରିଛି। ଆତଙ୍କୀ ଲଢ଼େଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି। ଆତଙ୍କବାଦ ମୂଳୋତ୍ପାଟନ ପାଇଁ ଭାରତ ପ୍ରତିଜ୍ଞାବଦ୍ଧ। ଅପରେସନ ସିନ୍ଦୂର ବନ୍ଦ ହୋଇନି, ଜାରି ରହିଛି।

ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଡ଼ା ସନ୍ଦେଶ ଦେଇଛନ୍ତି। ଆମେ ପାକିସ୍ତାନକୁ ପରୀକ୍ଷାରେ ରଖିଛୁ। ଯଦି ଏହାର ଆଚରଣରେ ଉନ୍ନତି ଆସେ, ତେବେ ଠିକ୍। ନଚେତ୍, ପାକିସ୍ତାନକୁ କଠୋରତମ ଦଣ୍ଡ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।