ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ୨୧ ଘେରା ନୌବିହାର କରିବେ ମହାପ୍ରଭୁ

ଓଏଲ୍ ବ୍ୟୁରୋ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହେବ। ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ନୌବିହାର କରିବେ ମହାପ୍ରଭୁ। ୩ ରଥର ତିନି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରାଯିବ। ଏହାକୁ ଚକ ଡେରା ନୀତି କୁହାଯାଏ। ସଂକୀର୍ତ୍ତନ, ସାହିଯାତ, ପାରମ୍ପରିକ ଗୀତ, ନୃତ୍ୟ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେବ ବଡଦାଣ୍ଡ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଶ୍ରୀମନ୍ଦିର ଦ୍ୱାର ରାତ୍ର ୩ଟାରେ ଫିଟାଯାଇଛି।
ଭିତରଶୋଧ ୩ଟା ୩୦, ମଙ୍ଗଳଆଳତି ୪ଟା, ମଇଲମ ଓ ତଡ଼ପଲାଗି ୪ଟା ୩୦, ଅବକାଶ ୫ଟା୩୦, ରୋଷ ହୋମ ୬ଟା, ସୂର୍ଯ୍ୟପୂଜା ୬ଟା ୧୫, ସକାଳ ୬ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହୋଇଛି। ସକାଳ ୭ରେ ଗୋପାଳବଲ୍ଲଭ, ସକାଳଧୂପ (କେବଳ କୋଠଭୋଗ) ୭ଟା ୩୦ରୁ ୯ଟା, ରଥ ଆଜ୍ଞାମାଳ ବିଜେ ୯ଟା ୩୦, ଭୋଗମଣ୍ଡପ ଶେଷ ୧୦ଟା ୩୦, ମଇଲମ ୧୦ଟା ୩୦, ଆଲଟଲାଗି ୧୧ଟା, ଚନ୍ଦନଲାଗି ୧୧ଟା ୧୫ , ବେଶ ଶେଷ ଓ ଦକ୍ଷିଣିଘର ଭୋଗ ୧୧ଟା ୪୫, ଯାତ ଭୋଗ (କେବଳ କୋଠଭୋଗ) ୧୨ରୁ ୧ଟା, ନକ୍ଷତ୍ର ବନ୍ଦାପନା ୧ଟା ୩୦, ଚନ୍ଦନକୁ ଦିଅଁ ବିଜେ ୨ଟା, ବିମାନ ଉଠିବା ୨ଟା ୩୦, ମଧ୍ୟାହ୍ନଧୂପ (କେବଳ କୋଠଭୋଗ) ୨ଟା ୩୦ରୁ ୪ଟା, ଦ୍ୱିତୀୟ ଭୋଗମଣ୍ଡପ ୨ଟା ୪୫ରୁ ୪ଟା ୩୦, ମଇଲମ ଓ ବେଶ ୪ଟା୫୦ରୁ ୫ଟା ୫୦ରେ ହେବ।