Odisha Link
Bridging the Missing Links in Odisha

ଯୁକ୍ତଦୁଇ ରେଜଲ୍ଟ: ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା +୨ ପରୀକ୍ଷା। ଏକା ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ପ୍ରକାଶିତ ପାଇଛି। ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ୱେବସାଇଟରେ ନିଜ ନିଜର ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ। results.odisha.gov.in କିମ୍ବା results.digilocker.gov.in ମାଧ୍ୟମରେ ଫଳାଫଳ ଜାଣିହେବ।

ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି। ଯୁକ୍ତଦୁଇରେ ମୋଟ ପାସହାର ୮୨.୭୬ ପ୍ରତିଶତ ରହିଛି। ୮୭.୨୪ ପ୍ରତିଶତ ଛାତ୍ରୀ ଓ ୭୭.୮୮ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। କଳାରେ ୮୦.୫୧ ଓ ବିଜ୍ଞାନରେ ୮୭.୪୯ ପ୍ରତିଶତ ପାସ୍ ହାର ରହିଛି। ବାଣିଜ୍ୟ ୮୧.୭୧ ଓ ଧନ୍ଦାମୂଳକ ପରୀକ୍ଷାରେ ୬୦.୫୬ ପ୍ରତିଶତ ପାସ୍ ହାର ରହିଛି। କଳାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍ ରହିଛି।