ଅନ୍ତର୍ଜାତୀୟ ଚା’ ଦିବସ: ଦିନ ଆରମ୍ଭ କରୁଥିବା ଚା’ ପାଇଁ ଦିନଟିଏ

ଓଏଲ୍ ବ୍ୟୁରୋ: ସାରା ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟ ହୋଉଛି ଚା’। ଅଧିକାଂଶ ଲୋକଙ୍କର ସକାଳେ କପେ ଚା’ ହୋଇଗଲେ ମନ ଖୁସ୍। ପ୍ରାୟ ସମସ୍ତଙ୍କର ଚା’ରୁ ହିଁ ଦିନ ଆରମ୍ଭ ହୁଏ। ଚା’ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଲୋକପ୍ରିୟତାକୁ ଦେଖି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିବସ ପାଳନର ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷ ‘ଅନ୍ତର୍ଜାତୀୟ ଚା’ ଦିବସ’ର ଥିମ୍ ରହିଛି ‘ଟି ଫର୍ ବେଟର୍ ଲାଇଫ୍’।
ସାଧାରଣତଃ କପେ ଚା’ରୁ ହିଁ ଦିନ ଆରମ୍ଭ କରନ୍ତି ଅଧିକାଂଶ ଲୋକେ। ସେ ଗାଁ ହେଉ ଅବା ସହର, ଛକ ବଜାରର ଦୋକାନ ହେଉ ଅବା ରେଷ୍ଟୁରାଣ୍ଟ୍,ସବୁଠି..ସବୁ ସ୍ଥାନରେ..ଚା’ର ଚାହିଦା ଦେଖିବାକୁ ମିଳେ। ଦିନକୁ ଦିନ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି । କିଛି ଲୋକମାନଙ୍କର ସକାଳ ଆଉ ସଞ୍ଜରେ ଚା’ ଏକ ନିଶା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଲୋକପ୍ରିୟତାକୁ ଦେଖି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିନସ’ପାଳନର ନିଷ୍ପତ୍ତି ନେଇଥିଲା।
ପ୍ରଥମେ ୨୦୦୫ରେ ଡିସେମ୍ବର ୧୫ ତାରିଖରେ ‘ଅନ୍ତର୍ଜାତୀୟ ଚା’ ଦିବସ’ପାଳନ କରାଯାଇଥିଲା। କିନ୍ତୁ ମେ’ ୨୧କୁ ‘ଅନ୍ତର୍ଜାତୀୟ ଚା’ ଦିବସ’ ଭାବେ ପାଳନ କରାଯାଉ ବୋଲି ଭାରତ ଜାତିସଂଘରେ ପ୍ରସ୍ତାବ ରଖିଥିଲା। ୨୦୧୯ ମସିହାରୁ ଏହାକୁ ମେ’ ୨୧ ତାରିଖରେ ପାଳନ କରିବା ପାଇଁ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନର ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାରଣ ମେ’ ମାସରେ ବିଶ୍ୱର ଅଧିକାଂଶ ଦେଶରେ ଚା’ ଅମଳ କରାଯାଏ।
ଭାରତ ସମେତ ଶ୍ରୀଲଙ୍କା, ଚୀନ୍ ଜାପାନ୍, ଇଣ୍ଡୋନେସିଆ , ନେପାଳ ,ବାଂଲାଦେଶ ପ୍ରମୁଖ ଦେଶ କୋଟି କୋଟି ଟଙ୍କାର ଚା’ ବ୍ୟବସାୟ କରିଥାନ୍ତି । ଭାରତର ଆସାମ ଓ ଦାର୍ଜିଲିଙ୍ଗର ଚା’ ସାରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି। ଭାରତ ଏବେ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଚାଁ ଉତ୍ପାଦନକାରୀ ଦେଶ। ଚା’ ଶ୍ରମିକଙ୍କ ଲାଗି ନିରାପଦ ପରିବେଶ ସୃଷ୍ଟି କରିବା ସହ ଚା’ ଉତ୍ପାଦନରେ ସୁଧାର ଆଣିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ। ସେହିପରି ଏହି ଦିନ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ଚା’ର ଯୋଗଦାନକୁ ନେଇ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯାଏ।