Odisha Link
Bridging the Missing Links in Odisha

ରେଳ ପ୍ରକଳ୍ପରେ ନୂଆ ଅଧ୍ୟାୟ: ୨୬ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଭାରତୀୟ ରେଳ ପ୍ରକଳ୍ପରେ ନୂଆ ଅଧ୍ୟାୟ। ୧୦୩ଟି ଅମୃତ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜସ୍ଥାନ ବିକାନେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୬ ହଜାର କୋଟିର ପ୍ରକଳ୍ପ ଶିଳାନ୍ୟାସ, ଲୋକାର୍ପଣ କଲେ। ବିକଶିତ ଭାରତ ଗଠନ ପାଇଁ ଆହ୍ବାନ ଦେଲେ। ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ପ୍ରାନ୍ତର ବିକାଶ ନେଇ ରଖିଲେ ତଥ୍ୟ। ସାରା ଦେଶରେ ୧୩ ଶହ ଷ୍ଟେସନ୍‌ର ଆଧୁନିକୀକରଣ ହୋଇଛି। ବିଶେଷକରି ରାଜସ୍ଥାନର ବିକାଶ ନେଇ ବିସ୍ତୃତ ତଥ୍ୟ ରଖିଲେ। ବିଶେଷକରି ରାଜସ୍ଥାନର ବିକାଶ ନେଇ ବିସ୍ତୃତ ତଥ୍ୟ ରଖିଲେ। ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ରାଜସ୍ଥାନର ୪୦ ହଜାର ଯୋଡ଼ି ହୋଇଛନ୍ତି।

ରାଜସ୍ଥାନ ବିକାନେରରେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ନିଶାନା କରିଛନ୍ତି। ପହଲଗାମ୍‌ ଆତଙ୍କୀ ହମ୍‌ଲାକୁ ନେଇ ନିଶାନା କରିଛନ୍ତି।ଏପ୍ରିଲ ୨୨ର ଜବାବ ମାତ୍ର ୨୨ ମିନିଟ୍‌ରେ ଦେଲୁ। ସିନ୍ଦୂର ଯେତେବେଳେ ବାରୁଦ ହୁଏ ପରିଣାମ କଣ ହୁଏ ବିଶ୍ବ ଦେଖିଲା ୯ଟି ଆତଙ୍କୀ ଆଡ୍ଡାକୁ ଆମ ସେନା ମାଟିରେ ମିଶାଇ ଦେଲା।