Odisha Link
Bridging the Missing Links in Odisha

ଆରବସାଗରରେ ଲଘୁଚାପ, ୩୬ ଘଣ୍ଟା ମଧ୍ୟରେ ଅବପାତ

ଓଏଲ୍‌ ବ୍ୟୁରୋ: ଆରବସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଦକ୍ଷିଣପଶ୍ଚିମ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ଦେଖା ଦେଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଘନିଭୂତ ହୋଇ ଉତ୍ତର ଦିଗରେ ଗତି କରିବ। ୩୬ ଘଣ୍ଟା ମଧ୍ୟରେ ଅବପାତରେ ରୂପ ନେଇପାରେ। ଏହା ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି।