Odisha Link
Bridging the Missing Links in Odisha

‘ଭଲ ଅଛନ୍ତି ପଜିଟିଭ ଚିହ୍ନଟ ବ୍ୟକ୍ତି’, ବ୍ୟସ୍ତ ନହେବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ସଚିବ

ଓଏଲ୍‌ ବ୍ୟୁରୋ: ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ। ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି। ୭ ଦିନ ଭିତରେ ଭାରତରେ ୫୭ ଜଣ ନୂଆ କୋଭିଡ ରୋଗୀ ଚିହ୍ନଟ ହେବା ପରେ ସତର୍କରେ ସରକାର। ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୩ ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ କରୋନା ଫେରିଛି। ଭୁବନେଶ୍ବରରେ ଜଣେ ବୟସ୍କ ପୁରୁଷ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଭୁବନେଶ୍ବରରେ କରୋନା ଆକ୍ରାନ୍ତ ଚିହ୍ନଟ ପ୍ରସଙ୍ଗରେ ସ୍ବାସ୍ଥ୍ୟ ସଚିବଙ୍କ ସହ ଜନସ୍ବାସ୍ଥ୍ୟ ନିର୍ଦେଶକ ଆଲୋଚନା କରିଛନ୍ତି। ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ଦେଲେ ଜନସ୍ବାସ୍ଥ୍ୟ ନିର୍ଦେଶକ।

ରାଜଧାନୀରେ କରୋନା ଚିହ୍ନଟ ନେଇ ସ୍ବାସ୍ଥ୍ୟ ସଚିବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋଭିଡ୍‌କୁ ନେଇ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ। ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍‌ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନୂତନ ଗାଇଡ୍‌ଲାଇନ ଆସିନି। ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କ ଭଲ ଅଛନ୍ତି ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି। ବ୍ୟକ୍ତି ଜଣଙ୍କ କରୋନା ସହ ବହୁବିଦ୍ଧ ରୋଗରେ ଆକ୍ରାନ୍ତ ଅଛନ୍ତି।