ଭାରତୀୟ ରେଳ ପ୍ରକଳ୍ପରେ ନୂଆ ଅଧ୍ୟାୟ: ଲୋକାର୍ପିତ ହେବ ୧୦୩ଟି ଅମୃତ ଷ୍ଟେସନ

ଓଏଲ୍ ବ୍ୟୁରୋ: ଭାରତୀୟ ରେଳ ପ୍ରକଳ୍ପରେ ଯୋଡ଼ିହେବ ନୂଆ ଅଧ୍ୟାୟ। ଆଜି ୧୦୩ଟି ଅମୃତ ଷ୍ଟେସନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କ୍ରମରେ ଆଜି ରାଜସ୍ଥାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ମୋଦି ଆଜି ସକାଳେ ବିକାନେରର ନାଲ୍ ବାୟୁସେନା ଘାଟିରେ ଓହ୍ଲାଇଥିଲେ। ପରେ ପ୍ରଧାନମନ୍ତ୍ରୀ ବିକାନେରରେ ଥିବା କରନୀ ମାତା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଆଜି ୧୦୩ଟି ଅମୃତ ଷ୍ଟେସନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।