ଦେଶରେ ବଢୁଛି କରୋନା ସଂକ୍ରମଣ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି

ଓଏଲ୍ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ୩୯୬୧ କୋଭିଡ୍ ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଛି। ଏଥିସହ ୨ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସକାଳ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୩୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଛି, ୧୮୧୮ ଜଣ ସୁସ୍ଥ ହୋଇଛନ୍ତି। ୨ ମୃତକଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକର ଓ ଅନ୍ୟ ଜଣେ କେରଳର। କେରଳରେ ସର୍ବାଧିକ ୧୪୦୦, ମହାରାଷ୍ଟ୍ର ୪୮୫, ଦିଲ୍ଲୀରେ ୪୩୬ ଚିହ୍ନଟ ହୋଇଛନ୍ତି।
ସେହିଭଳି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି।