Odisha Link
Bridging the Missing Links in Odisha

ଦୁଇଦିନ ବଢ଼ିଲା ଯୁକ୍ତ ୩ ନାମଲେଖା ଆବେଦନ ଅବଧି

ଓଏଲ୍‌ ବ୍ୟୁରୋ: ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଯୁକ୍ତ ୩ ନାମଲେଖା ପାଇଁ ଗତକାଲି ଆବେଦନ ଶେଷ ହେଉଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ରହିଥିଲେ। ଶେଷରେ ଉଚ୍ଚଶିକ୍ଷା ବିଭାଗ ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କରିଛି।

ପୂର୍ବରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଏପିଲ ୧୬ରେ ଆରମ୍ଭ ହୋଇ ମେ ୨୦ ତାରିଖ ଥିଲା। ଯାହା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଜୁନ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ସିଟ ତୁଳନାରେ କମ ପିଲା ଆବେଦନ କରିଥିବାରୁ ପୁଣି ଜୁନ ୪ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ SAMS ପୋର୍ଟାଲ୍‌ରେ ଅନଲାଇନ୍‌ ମାଧ୍ୟମରେ ଫର୍ମ ପୂରଣ କରିପାରିବେ।