ରାଜଧାନୀରୁ ୧୧ ବର୍ଷର ନାବାଳିକା ନିଖୋଜ ଘଟଣା: ୩୦ ଘଣ୍ଟା ପରେ ପୁଲିସକୁ ମିଳିଲା ସଫଳତା

ଓଏଲ୍ ବ୍ୟୁରୋ: ସୁରକ୍ଷାର ସୁଦୃଢତା ଭିତରେ ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ଭୁବନେଶ୍ବର। ରାଜଧାନୀର ଛାତି ଉପରୁ ନିଖୋଜ ହୋଇଯାଇଥିଲେ ନାବାଳିକା। ମଞ୍ଚେଶ୍ବର ଅଞ୍ଚଳରୁ ଜଣେ ୧୧ ବର୍ଷିୟା ନାବାଳିକା ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା। ମାଛ କିଣିବାକୁ ଯାଇଥିବା ବେଳେ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ।
ପରିବାର ଲୋକଙ୍କ ପକ୍ଷରୁ ଏନେଇ ଥାନାରେ ଏତଲା ଦାୟର କରାଯାଇଥିବା ବେଳେ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଛି। ମଞ୍ଚେଶ୍ବର ରେଳ ଷ୍ଟେସନ ପାଖରୁ ୧୧ ବର୍ଷିୟା ନାବାଳିକା ଉଦ୍ଧାର ହୋଇଛନ୍ତି। ୩୦ ଘଣ୍ଟାର ଅପରେସନ୍ ପରେ ନିଖୋଜ ଝିଅକୁ ଉଦ୍ଧାର କରି ପରିବାର ଜିମା ଦେଲା ପୁଲିସ।