Odisha Link
Bridging the Missing Links in Odisha

ବଦଳିଲା ଶିକ୍ଷକ ବଦଳି କ୍ୟାଲେଣ୍ଡର, ଜୁନ ୬ ତାରିଖ ଆବେଦନର ଶେଷ ତାରିଖ

ଓଏଲ୍‌ ବ୍ୟୁରୋ: ଶିକ୍ଷକ ବଦଳି ନେଇ ନୂଆ ନିୟମ ଆସିବା ପରେ ସଂଶୋଧିତ କ୍ୟାଲେଣ୍ଡର ଜାରି ହୋଇଛି। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ଅନୁମତି ଦିଆଯାଇଛି। ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିବେ। ଜୁନ୍‌ ୯ରୁ ୧୬ ଭିତରେ ଭେରିଫିକେସନ ହେବ।

ପୂର୍ବ ସୂଚନା ଅନୁସାରେ, ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିସ କରିପାରିବେ ସାଂସଦ ଓ ବିଧାୟକ। ରାଜ୍ୟରେ ବିଧାୟକ ଏବଂ ସାଂସଦମାନଙ୍କ କ୍ଷମତା ବୃଦ୍ଧି କରିବା ପାଇଁ ଏକ ପଦକ୍ଷେପରେ, ଓଡ଼ିଶା ସରକାର ରାଜ୍ୟର ପ୍ରତ୍ୟେକ ବିଧାନସଭା ସଦସ୍ୟ (ବିଧାୟକ) ଏବଂ ସାଂସଦଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀ ମଧ୍ୟରେ ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିବାକୁ ଅନୁମତି ଦେଇଛନ୍ତି।

ଜୁନ ୩ରେ ବିଇଓଙ୍କ ଦ୍ବାରା ପ୍ରସ୍ତାବ ଡିଇଓଙ୍କୁ ପଠାଯିବ। ଜୁନ ୫ରେ ନିର୍ଦେଶକଙ୍କୁ ପ୍ରସ୍ତାବ (ଆନ୍ତଃଜିଲା) ପଠାଯିବ। ଜୁନ ୯ରେ ପ୍ରାଥମିକ ଶିକ୍ଷା ନିର୍ଦେଶକ/ଡିଏଲଟିସିଙ୍କ ଦ୍ବାରା ଅନୁମୋଦନ ପ୍ରଦାନ କରାଯିବ। ଜୁନ ୧୧ରେ ଓସେପା ୱେବ୍‌ସାଇଟ୍‌ରେ ବଦଳି ତାଲିକା ପ୍ରକାଶ ପାଇବ। ସେହିଦିନ ବଦଳି ଆଦେଶ ଜାରି ହେବ। ଜୁନ ୧୩ରେ ଶିକ୍ଷକ ଯୋଗଦେବେ ବୋଲି ସ୍ଥିର ହୋଇଥିଲା। ଯାହା ବର୍ତମାନ ପରିବର୍ତ୍ତନ କରାଯାଇଛି ।