ମେଡିକାଲ ରିପ୍ରେଜେଣ୍ଟେଟିଭଙ୍କ ପାଇଁ ସରକାରୀ ମେଡିକାଲରେ କଟକଣା

ଓଏଲ୍ ବ୍ୟୁରୋ: ମେଡିକାଲ ରିପ୍ରେଜେଣ୍ଟେଟିଭଙ୍କ ପାଇଁ ବଡ ଖବର। ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ କେନ୍ଦ୍ର ସରକାରୀ ହସ୍ପିଟାଲଗୁଡ଼ିକୁ ଚିଠି ଦିଆଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ହସ୍ପିଟାଲ ପରିସରରେ ଡାକ୍ତରୀ ପ୍ରତିନିଧିମାନଙ୍କୁ “ଅନୁମତି ନ ଦିଅନ୍ତୁ”। ଏହି ନିୟମକୁ କଡାକଡି ପାଳନ କରିବାକୁ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି। ଏମ୍ଆର୍ କିମ୍ବା ଯେକୌଣସି ସଂସ୍ଥା ମେଡିକାଲ ସମ୍ପର୍କିତ ସୂଚନା ଡିଜିଟାଲ ସାହାଯ୍ୟରେ ଦେବାକୁ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ କେନ୍ଦ୍ର ସରକାରୀ ହସ୍ପିଟାଲଗୁଡ଼ିକୁ ଚିଠି ମଧ୍ୟରେ ଅବଗତ କରାଯାଇଛି।