Odisha Link
Bridging the Missing Links in Odisha

ରାଜ୍ୟରେ କରୋନା ଭୟ: ୩ ନୂଆ ଆକ୍ରାନ୍ତ ଚିହ୍ନଟ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଛି। ଜଣେ ପଜିଟିଭ ଚିହ୍ନଟ ହେବା ପରେ ଧୀରେ ଧୀରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ରାଜ୍ୟରେ ୩ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କୋଭିଡ ପଜିଟିଭ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।

ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। RTPCR ମେସିନ୍ ପ୍ରସ୍ତୁତ, ଅକ୍ସିଜେନ୍ ପ୍ଲାଣ୍ଟ ବି ପ୍ରସ୍ତୁତ ଅଛି। ଯଥେଷ୍ଟ ଟେଷ୍ଟିଂ କିଟ୍ ମଗାଯାଇଥିଲା, ସବୁ ଆସିଛି। ଆବଶ୍ୟକତା ଅନୁସାରେ ଜିଲ୍ଲାଗୁଡ଼ିକୁ କିଟ୍ ଯୋଗାଇ ଦିଆଯିବ।