Odisha Link
Bridging the Missing Links in Odisha

ଭାରତୀୟ ଆଇନରେ ନାହିଁ ଡିଜିଟାଲ୍‌ ଆରେଷ୍ଟ ଶବ୍ଦ, ସତର୍କ କରାଇଲା ଓଡ଼ିଶା ପୁଲିସ

ଓଏଲ୍‌ ବ୍ୟୁରୋ: ଭାରତୀୟ ଆଇନରେ ଡିଜିଟାଲ୍‌ ଆରେଷ୍ଟ ଭଳି କୌଶସି ଶବ୍ଦ ନାହିଁ। ଏନେଇ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ଓଡ଼ିଶା ପୁଲିସ ସୂଚନା ଦେଇଛି। ଆଜିକା ଦିନରେ ସାଇବର ଅପରାଧିମାନେ ବିଭିନ୍ନ ଉପାୟରେ ଠକୁଛନ୍ତି। ଆଉ ସେହି ମଧ୍ୟରୁ ଡିଜିଟାଲ୍ ଆରେଷ୍ଟ ଫଣ୍ଡା ଆପଣାଇ ଲୋକମାନଙ୍କୁ ହଇରାଣ କରୁଛନ୍ତି ସାଇବର ଅପରାଧି।ନ୍ୟାୟିକ ଅଧିକାରୀ, ପୁଲିସ, CBI, କଷ୍ଟମ୍ସ ଅଧିକାରୀ କହି ଠକୁଛନ୍ତି। ଏଭଳି ଫୋନ୍‌ କଲ୍‌ ଆସିବା ମାତ୍ରେ ନିକଟସ୍ଥ ଥାନା ବା ୧୯୩୦କୁ ଜଣାନ୍ତୁ। ତେଣୁ ଏପରି ଠକେଇ ପାଖରୁ ଦୂରେଇ ରହିବା ପାଇଁ ସତର୍କ କରାଯାଇଛି। ଏଭଳି ଫୋନ୍ କଲ୍ ଆସିବା ମାତ୍ରେ ନିକଟସ୍ଥ ଥାନା ବା ୧୯୩୦କୁ ଜଣାଇବାକୁ କୁହାଯାଇଛି।