Odisha Link
Bridging the Missing Links in Odisha

ପାରା ଆଥଲେଟିକ୍ସ ଗ୍ରାଣ୍ଡପ୍ରିକ୍ସରେ ଓଡ଼ିଆ ଝିଅ ସୁଚିତ୍ରାଙ୍କୁ ରୌପ୍ୟ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଓଡିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ ସୁଚିତ୍ରା ପରିଡ଼ା। ପ୍ୟାରିସ ବିଶ୍ବ ପାରା ଆଥଲେଟିକ୍ସ ଗ୍ରାଣ୍ଡପ୍ରିକ୍ସରେ ଓଡ଼ିଆ ଝିଅ ସୁଚିତ୍ରା ପରିଡ଼ା F-55 ଜାଭଲିନ୍‌ ଥ୍ରୋରେ ରୌପ୍ୟ ହାସଲ କରିଛନ୍ତି। ଭାରତ ପାଇଁ ପ୍ରତିନିଧିତ୍ବ କରି ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ହାସଲ କରିଛନ୍ତି। ସୁଚିତ୍ରା ପରିଡ଼ାଙ୍କ ବିଜୟ ନେଇ ବିଭିନ୍ନ ମହଲରୁ ସୁଭେଚ୍ଛାର ସୁଅ ଛୁଟିଛି।

ପ୍ୟାରିସରେ ଆୟୋଜିତ ହେଉଥିବା ପାରା ଆଥଲେଟିକ୍ସ ଗ୍ରାଣ୍ଡପ୍ରିକ୍ସ ୨୦୨୫ରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ଓଡ଼ିଆ କ୍ରୀଡ଼ାବିତ ସୁଚିତ୍ରା ପରିଡ଼ାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି, ଆପଣଙ୍କର ଏହି ଉପଲବ୍ଧି କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। ଆପଣଙ୍କ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ଆଗାମୀ ପିଢ଼ିକୁ ପ୍ରେରଣା ଦେବ। ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।