ଆଜି ଯୁକ୍ତ ୩ ନାମଲେଖା ଆବେଦନ ଅବଧିର ଶେଷ ତାରିଖ, ଶୀଘ୍ର କରନ୍ତୁ ଆବେଦନ

ଓଏଲ୍ ବ୍ୟୁରୋ: ଯୁକ୍ତ ୩ ନାମଲେଖାଇବା ପାଇଁ ଅପେକ୍ଷାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର। ଆଜି ଯୁକ୍ତ ୩ ନାମଲେଖା ଆବେଦନ ଅବଧିର ଶେଷ ତାରିଖ। ପୂର୍ବରୁ ଜୁନ ୧ ତାରିଖ ଶେଷ ତାରିଖ ହୋଇ ଥିବାବେଳେ ରାଜ୍ୟ ସରକାର ଯୁକ୍ତ ୩ ନାମଲେଖା ଆବେଦନ ଅବଧି ଜୁନ ୪ ଯାଏଁ ବୃଦ୍ଧି କରିଥିଲେ। ଆଜି ଆବେଦନ ଅବଧିର ଶେଷ ତାରିଖ, ହେଲେ ରାଜ୍ୟର କଲେଜ ଗୁଡିକରେ ଥିବା ସିଟ ତୁଳନାରେ ୧୦ ହଜାର କମ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ତେବେ ବଳକା ୧୦ ହଜାର ସିଟ ପାଇଁ ଆବେଦନ ଅବଧି ପୁଣି ବୃଦ୍ଧି କରାଯାଇପାରେ।
ପୂର୍ବରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଏପିଲ ୧୬ରେ ଆରମ୍ଭ ହୋଇ ମେ ୨୦ ତାରିଖ ଥିଲା। ଯାହା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଜୁନ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ସିଟ ତୁଳନାରେ କମ ପିଲା ଆବେଦନ କରିଥିବାରୁ ପୁଣି ଜୁନ ୪ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କରିଥିଲେ ରାଜ୍ୟ ସରକାର। ଛାତ୍ରଛାତ୍ରୀମାନେ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ SAMS ପୋର୍ଟାଲ୍ରେ ଅନଲାଇନ୍ ମାଧ୍ୟମରେ ଫର୍ମ ପୂରଣ କରିପାରିବେ।