ରାଜସ୍ୱ ଅଧିକାରୀଙ୍କ ୨ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ରାଜସ୍ବ ଅଧିକାରୀଙ୍କ ୨ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ କର୍ମଶାଳାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ ୨ ଦିନିଆ ରାଜସ୍ବ ଅଧିକାରୀଙ୍କ କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଅଛନ୍ତି। ରାଜସ୍ବ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା ହେବ। ରାଜ୍ୟରେ ରାଜସ୍ବ ବିଭାଗର କାର୍ଯ୍ୟକୁ ନେଇ ଆଗାମୀ ଦିନ ପାଇଁ ରୋଡମ୍ୟାପ ପ୍ରସ୍ତୁତ ହେବ।