Odisha Link
Bridging the Missing Links in Odisha

ଆଇଏଏସ୍ ଧୀମନ୍‌ ଚକ୍‌ମା ଗିରଫ, ମହଙ୍ଗା ପଡିଲା ଲାଞ୍ଚ ନେବା

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଏଥର ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଧର୍ମଗଡ଼ ଉପଜିଲ୍ଲାପାଳ। ଲୋକଙ୍କ ପାଇଁ କାମ କରିବାକୁ ଶପଥ ନେଇଥିବା ଆଇଏଏସ୍ ଅଫିସର ହୋଇଗଲେ ଲାଞ୍ଚୁଆ। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଭିଜିଲାନ୍ସ ମାଡ଼ି ବସିଛି। ଲାଞ୍ଚ ଟଙ୍କା ଜବତ ପରେ ବାସଭବନରେ ରେଡ୍ କରିଥିଲା ଦୁର୍ନୀତି ନିବାରଣ ସଂସ୍ଥା। ରେଡ୍‌ ବେଳେ ୪୭ ଲକ୍ଷ ଟଙ୍କା ଜବତ ହୋଇଛି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉପଜିଲ୍ଲାପାଳ ଧୀମାନ ଚକମା ଧରାପଡ଼ିଥିଲେ। କ୍ରସର ୟୁନିଟ୍‌ ମାଲିକଙ୍କ ଠାରୁ ସେ ଲାଞ୍ଚ ଟଙ୍କା ନେଉଥିଲେ। ଲାଞ୍ଚ ଟଙ୍କା ଜବତ ପରେ ଧର୍ମଗଡ଼ ଉପଜିଲ୍ଲାପାଳ IAS ଧୀମନ୍‌ ଚକ୍‌ମାଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଉପଜିଲ୍ଲାପାଳ ଧୀମାନ ଚକ୍‌ମାଙ୍କୁ ଧରିଲା ଭିଜିଲାନ୍ସ। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉପଜିଲ୍ଲାପାଳ ଧୀମାନ ଚକମା ଧରାପଡ଼ିଥିଲେ। କ୍ରସର ୟୁନିଟ୍‌ ମାଲିକଙ୍କ ଠାରୁ ସେ ଲାଞ୍ଚ ଟଙ୍କା ନେଉଥିଲେ। ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ, ଆଉ କିସ୍ତି ହିସାବରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ରୋଚକ କଥା ହେଉଛି ଲାଞ୍ଚ ପାଇଁ ବ୍ୟବସାୟୀଙ୍କୁ ନିଜ ସରକାରୀ ବାସଭବନକୁ ଡାକିଥିଲେ ଏହି ସରକାରୀ ବାବୁ ଜଣକ। ୨୦୨୧ ବ୍ୟାଚର ଆଇଏଏସ୍‌ ଅଫିସର ହେଉଛନ୍ତି ଧୀମାନ ଚକମା। ଆଇଏଏସ୍ ୪୮୨ ରାଙ୍କ ପାଇଥିଲେ। ତାଙ୍କ ଘର ତ୍ରିପୁରା କାଞ୍ଚନପୁରରେ। ପୂର୍ବରୁ ଆଇଏଫଏସ୍‌ ପାଇଥିଲେ ଧୀମାନ ଚକମା। ବାରିପଦାରେ ଫରେଷ୍ଟ ଅଫିସର ଭାବେ କାର୍ଯ୍ୟ କରିସାରିଛନ୍ତି। ଫରେଷ୍ଟ ଅଫିସର ଥିବାବେଳେ ଆଇଏଏସ୍‌ ପାଇଥିଲେ।