ରଥଯାତ୍ରା ଅତ୍ୟନ୍ତ ସୁରୁଖୁରରେ ହେବ, ସରିଛି ୮୦ ପ୍ରତିଶତ କାମ: ଆଇନମନ୍ତ୍ରୀ

ଓଏଲ୍ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଂଚଳ ଶ୍ରୀକ୍ଷେତ୍ର। ଆଉ ୨ ସପ୍ତାହ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହୋଇଛି ରଥଯାତ୍ରାର ଦ୍ୱିତୀୟ ସମନ୍ବୟ ବୈଠକ। ବୈଠକ ପରେ ଆଇନମନ୍ତ୍ରୀ କହିଛନ୍ତି, ୮୦ ପ୍ରତିଶତ କାମ ସରିଛି, ୨୦ ପ୍ରତିଶତ ଖୁବଶୀଘ୍ର ସରିବ। ମହାପ୍ରଭୁ ନିଜେ ପହଣ୍ଡି ହୋଇ ଆସନ୍ତି ଏବଂ ନିଜେ ରଥ ଗଡେ। ମହାପ୍ରଭୁ ସବୁ କରନ୍ତି ବୋଲି ମୋ ବିଶ୍ୱାସ। ଆମେ କେବଳ ସହଯୋଗୀ। ଚଳିତ ବର୍ଷ ରଥଯାତ୍ରା ଅତ୍ୟନ୍ତ ସୁରୁଖୁରରେ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।