Odisha Link
Bridging the Missing Links in Odisha

୨୮ରୁ ରତ୍ନଭଣ୍ଡାର ମରାମତି, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ..

ଓଏଲ୍‌ ବ୍ୟୁରୋ: ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ମରାମତି କାମ ଶେଷ କରିବାକୁ ଚେଷ୍ଟା ଚାଲିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିବାବେଳେ ଏବେ ଯାଏଁ ଶେଷ ହୋଇନି। ତେବେ ରଥଯାତ୍ରା ପରଦିନ ୨୮ରୁ ପୁଣି ରତ୍ନଭଣ୍ଡାର ମରାମତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଏବେ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ। କେବେ ମରାମତି ସରିବ ମୁଁ କହିବା ଠିକ୍‌ ହେବନି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।