Odisha Link
Bridging the Missing Links in Odisha

ଏୟାରଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ ୨୦୦ରୁ ଅଧିକ ଯାତ୍ରୀ

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଛି। ଏଥିରେ ୨୪୨ ଜଣ ଯାତ୍ରୀ ଥିବା ସୂଚନା ରହିଛି। ପ୍ରାଥମିକ ରିପୋର୍ଟ ମୁତାବକ, ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏଭଳି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଫାୟାର ବିଗ୍ରେଡ୍ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଥିଲେ ବି ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ ନିଆଁ ଲିଭାଇବା କଷ୍ଟସାଧ୍ୟ ହେଉଛି।

ସୂଚନା ଅନୁସାରେ, ଏୟାର ଇଣ୍ଡିଆ AI-171 ବିମାନ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଦିନ ପାଖାପାଖି ସାଢ଼େ ୧ଟାରେ ଉଡ଼ାଣ ଭରୁଥିବାବେଳେ ଖସିପଡ଼ିଥିବା କୁହାଯାଉଛି। ଟେକଅଫ୍ ସମୟରେ ଦୁର୍ଘଟଣା ହୋଇଥିବାବେଳେ ଏନେଇ ବିଶେଷ କିଛି ସୂଚନା ମିଳିନଥିବାବେଳେ ଏହି ଦୁର୍ଘଟଣା ଅହମଦାବାଦ୍ ମେଘାନୀ ନଗର ଅଞ୍ଚଳରେ ହୋଇଛି ଏବଂ ଘଟଣାସ୍ଥଳରେ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଥିବା ସୂଚନା ରହିଛି।