Odisha Link
Bridging the Missing Links in Odisha

ବିମାନରେ ବୋମା ଆତଙ୍କ, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ବିମାନ ଦୁର୍ଘଟଣା ପରେ ମନରୁ ଭୟ ଲିଭିନଥିବାବେଳେ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଛି। ବୋମା ଧମକ ପରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ କରିଛି। ଥାଇଲାଣ୍ଡରେ ଏମରେଜେନ୍ସି ଲ୍ୟାଣ୍ଡିଂ କରିଛି ବିମାନ। ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ କ୍ରାସ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଗତକାଲିର ଏତେ ବଡ଼ ଦୁର୍ଘଟଣାର ଦୁଃଖ ମନରୁ ଲିଭୁଣୁ ଆଜି ପୁଣି ଥରେ ଏୟାର ଇଣ୍ଡିଆ ବିମାନକୁ ନେଇ ଏକ ବଡ଼ ଖବର ଆସିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର ପକ୍ଷରୁ ମିଳିଥିବା ସୂଚନା ମୁତାବକ, AI 379 ବିମାନକୁ ବୋମାମାଡ଼ କରି ଉଡ଼ାଇ ଦେବାର ଧମକ ମିଳିଛି। ଯେଉଁଥିପାଇଁ ଥାଇଲାଣ୍ଡର ଫୁକେଟ୍‌ରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏହି ବିମାନକୁ ପାଇଲଟଙ୍କ ଅନୁରୋଧକ୍ରମେ ଜରୁରୀ ଅବତରଣ କରାଯାଇଛି। ଏନେଇ ଫୁକେଟ୍ ବିମାନବନ୍ଦର ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି।