Odisha Link
Bridging the Missing Links in Odisha

ଅଦିନିଆ ସ୍ନାନଯାତ୍ରା ପ୍ରସଙ୍ଗ: ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ କଡ଼ା ଚେତାବନୀ..

ଓଏଲ୍‌ ବ୍ୟୁରୋ: ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ପୁଣି ବିବାଦ ମୁଣ୍ଡ ଟେକିଛି। ଏନେଇ ଇସ୍କନ ଗଭର୍ଣ୍ଣିଂ ବଡ଼ି କମିଶନଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ। ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖିଛନ୍ତି। ସ୍ନାନଯାତ୍ରା ଓ ରଥଯାତ୍ରା ଶାସ୍ତ୍ରାନୁମୋଦିତ ତିଥିରେ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଦେଶ ବାହାରେ ଇସ୍କନ ପକ୍ଷରୁ ଅନ୍ୟ ତିଥିରେ ପାଳନ କରାଯାଉଛି। ଏହା ସମ୍ପୂର୍ଣ୍ଣ ଭାବେ ଶାସ୍ତ୍ର ବିରୋଧୀ କାର୍ଯ୍ୟ ବୋଲି ଗଜପତି ମହାରାଜ କହିଛନ୍ତି।

ଅନ୍ୟ ତିଥି କିମ୍ବା ତାରିଖରେ ପାଳନ ପରମ୍ପରାର ଉଲ୍ଲଂଘନ ହେଉଥିବା ଚିଠିରେ ଦର୍ଶାଯାଇଛି। ଜୁନ ୨୭ ତାରିଖ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରୁ ଜୁଲାଇ ୫ ତାରିଖ ଆଷାଢ ଶୁକ୍ଳ ପକ୍ଷ ଦଶମୀ ନଅ ଦିନ ମଧ୍ୟରେ ହିଁ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡାଯାତ୍ରା ପାଳନ କରାଯାଇ ପାରିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ଏହି ତିଥି ବାହାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଯାତ୍ରା ପାଳନ କରିବା ପବିତ୍ର ଶାସ୍ତ୍ର ଓ ପୂର୍ବ ପରମ୍ପରାଣ ଉଲଂଘନ ହେବ ବୋଲି ଗଜପତି ମହାରାଜା କହିଛନ୍ତି।

ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଆଇନ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଗଜପତି ମହାରାଜା ଇସ୍କନ୍‌କୁ ଚିଠି ଲେଖି ବାରଣ କରି ସାରିଛନ୍ତି। ନୂଆପଡ଼ାରେ ହେଉଥିଲା ବେଳେ ଆମେ ବନ୍ଦ କରି ସାରିଛୁ। ଅନ୍ୟ ସ୍ଥାନରେ ବନ୍ଦ ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।