୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଜନତା ଦେଖିବେ ରୋଡ୍ ସୋ’

ଓଏଲ୍ ବ୍ୟୁରୋ: ରାଜ୍ୟରେ ବିଜେପି ସରକାର ଶାସନକୁ ଏକ ବର୍ଷ ପୂରଣ ହୋଇଛି। ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ। ଏ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ମିଳିଛି। ଜୁନ୍ ୨୦ ତାରିଖ ଦିନ ୩ଟା ୪୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି।
ଭାରତୀୟ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ପହଞ୍ଚିବେ। ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ ସୋ କରିବେ। ବିମାନବନ୍ଦରରୁ ଜନତା ମଇଦାନ ସଭାସ୍ଥଳୀ ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି। ଏହା ପରେ ଅପରାହ୍ନ ସାଢେ ପାଞ୍ଚଟା ଯାଏ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ସ୍ଥଳ ଜନତା ମଇଦାନରେ ରହିବେ। କାର୍ଯ୍ୟକ୍ରମ ସାରି ୫ଟା ୫୦ରେ ଭୁବନେଶ୍ଵର ବିମାନବନ୍ଦରରୁ ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ।